ମୋ ବିଦ୍ୟୁତ୍

ସମ୍ପ୍ରତି ଓଡ଼ିଶାର ସମସ୍ତ ବିଦ୍ୟୁତ୍ ପରିବଣ୍ଟନ ୟୁଟିଲିଟି ( ଟି.ପି.ସି.ଓ.ଡି.ଏଲ୍ , ନେସ୍କୋ, ୱେସ୍କୋ ଓ ସାଉଥକୋ ) ରାଜ୍ୟ ସରକାରଙ୍କର ମହତ୍ତ୍ବାକାଂକ୍ଷୀ 5T ପ୍ରୟାସରେ ସାମିଲ ହୋଇଛନ୍ତି ।
ଏହି ପ୍ରୟାସ ଦ୍ୱାରା ଏଣିକି ରାଜ୍ୟର ଜନସାଧାରଣ ଓ ବିଦ୍ୟୁତ୍ ଉପଭୋକ୍ତା ଅନ୍-ଲାଇନ୍ ମାଧ୍ୟମରେ ନୂତନ ଵିଜୁଳି ସଂଯୋଗ , ବିଦ୍ୟୁତ୍ ବିଲ୍ ପୈଠ, ଓ ବିଦ୍ୟୁତ ଯୋଗାଣ ସେବା ସମ୍ପର୍କିତ ସମସ୍ତ ଅଭିଯୋଗର ନିରାକରଣ ଆଦି ସେବା ପାଇ ପାରିବେ । ଏହି ଅନ୍-ଲାଇନ ବ୍ୟବସ୍ଥାରେ ୫ କିଲୋଓ୍ବାଟ୍ ସିଙ୍ଗଲ୍ ଫେଜ୍ ପର୍ଯ୍ୟନ୍ତ ସ୍ଥାୟୀ ବିଦ୍ୟୁତ ସଂଯୋଗ ନେବା ପାଇଁ ଆଗ୍ରହୀ ଦରଖାସ୍ତକାରୀ ସମସ୍ତ ସ୍ଥିରିକୃତ ଦେୟର ପୈଠ ଓ ନିମ୍ନସୂଚିତ ଯୋଗାଣ ସର୍ତ୍ତାବଳୀର ଵିଧିବଦ୍ଧ ଅନୁପାଳନ ପରେ ଦରଖାସ୍ତ ଦାଖଲ କରିବାର ୪୮ ଘଣ୍ଟା ମଧ୍ୟରେ ନୁତନ ବିଦ୍ୟୁତ୍ ସଂଯୋଗ ପାଇ ପାରିବେ।

୧)    ବିଦ୍ୟୁତ୍ ସଂଯୋଗ ନେବା ପାଇଁ ROW(Right of way) ସମସ୍ୟା ନଥିବା ଆଵଶ୍ୟକ।
୨)    ୟୁଟିଲିଟିର ନିକଟତମ ସଂଯୋଗ ବିଦ୍ୟୁତ୍ ଖୁଣ୍ଟ ଠାରୁ ଦରଖାସ୍ତକାରୀଙ୍କର ଵିଦ୍ୟୁତ୍ ସଂଯୋଗ ପରିସର ୩୦ମିଟର ଵ୍ୟଵଧାନ ମଧ୍ୟରେ ରହିଥିବା ଆବଶ୍ୟକ।
୩)   ଦରଖାସ୍ତକାରୀଙ୍କର ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଆବଶ୍ୟକୀୟ ବୈଧ ଦସ୍ତାବିଜ ୟୁଟିଲିଟିକୁ ଯୋଗାଇଦେବେ।
୪)    ବିଦ୍ୟୁତ୍ ନିୟାମକ ଆୟୋଗ ସଂହିତା ୨୦୧୯ ର ଧାରା - ୧୭ ଅନୂଯାୟୀ ଦରଖାସ୍ତକାରୀଙ୍କ ଉପରେ ଅନ୍ୟ କୌଣସି ବିଦ୍ୟୁତ୍ ପରିଵଣ୍ଟନ ୟୁଟିଲିଟିର ବକେୟା ରହିନଥିବା ଆବଶ୍ୟକ।